ଲଣ୍ଡନ,୧୭।୬: ଟାଟା ମୋଟର୍ସ’ର ନିଜସ୍ବ ୟୁନିଟ ଜାଗୁଆର ଲ୍ୟାଣ୍ଡ ରୋଭର(ଜେଏଲ୍ଆର) ଇଲଣ୍ଡ ୟୁନିଟରୁ ୧୧ଶହରୁ ଉର୍ଦ୍ଧ୍ୱ ଚୁକ୍ତିବଦ୍ଧ କର୍ମଚାରୀଙ୍କୁ ଛଟେଇ କରିବ। ମଙ୍ଗଳବାର କମ୍ପାନୀର ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,କୋଭିଡ୍-୧୯ ସଂକମ୍ରଣ ଜନୀତ ସମସ୍ୟା ଓ ବାଣିଜି୍ୟକ ମାନ୍ଦାବସ୍ଥା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ଗ୍ରହଣ କରିଛି। କମ୍ପାନୀର ଇଂଲଣ୍ଡ ୟୁନିଟ ଗତ ୩ମାସ ହେବ ବିଭିନ୍ନ ସମସ୍ୟା ସହ ଲଢେଇ କରୁଛି। ଫଳରେ କମ୍ପାନୀ ଗତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ବିକ୍ରି ୩୦% ଖସି ଥିବା ବେଳେ ସାରା ବର୍ଷ ପାଇଁ ମୋଟ ୧୨.୧% କ୍ଷତି ସହିଛି। ସେହିଭଳି ଇଣ୍ଟରନେଟ ବାଣିଜି୍ୟକ କମ୍ପାନୀ ପଲିସି ବଜାରର ଗ୍ରୁପର ଋଣ ଏବଂ କ୍ରେଡିଟ କାର୍ଡ ସେବା ଯୋଗାଉଥିବା ସହାୟକ କମ୍ପାନୀ ପୈସା ବଜାର ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ପ୍ରାୟ ୧୫ଶହରୁ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ମିଳିଛି ।