୧୧୮ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ

ଚୌଦ୍ୱାର,୧୭ା୪(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରାଞ୍ଚଳରେ ରହୁଥିବା ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ କଳା ପ୍ରକାଶିନୀ କ୍ଲବ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ଯୋଗଦେଇ ମୋଟ ୧୧୮ ହିତାଧିକାରୀଙ୍କୁ ୧୫୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ବଣ୍ଟନ କରିଛନ୍ତି। ନୋଡାଲ ଅଫିସର ସେକ୍‌ ରାଜୁଦ୍ଦିନ୍‌ ହିତାଧିକାରୀଙ୍କୁ ସାମାଜିକ ଦୂରତା ରକ୍ଷାକରିବାରେ ସହଯୋଗ କରିବା ସହିତ ସମସ୍ତେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।

Share