ବେଜିଂ,୨୮।୭: ଚାଇନାରେ ୧୧୮ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ମହିଳାଙ୍କୁ ଠକାମି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ କରାଯାଇଛି। ୫୪ ବର୍ଷ ବୟସ୍କା ମହିଳା ଲି ୟାନଶିୟାଙ୍କୁ ସ୍ଥାନୀୟ ଲୋକେ ଲଭ୍ ମଦର ଭାବେ ଡାକୁଥିଲେ। ତେବେ ରାତାରାତି ଧନୀ ହେବା ଲୋଭରେ ଅନ୍ଲାଇନ୍ରେ ପୋଷ୍ୟ ଶିଶୁଙ୍କୁ ଚଢ଼ାଦରରେ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରୁଥିଲେ। ଏଥିରେ ତାଙ୍କର ବୟଫ୍ରେଣ୍ଡ୍ ଶୁ କି ସହାୟତା କରୁଥିଲେ। ତାଙ୍କର ଏକ ଗ୍ୟାଙ୍ଗ ମଧ୍ୟ ଥିଲା । ସେ ହେବେଇ ପ୍ରଦେଶର ବୁଆନ୍ କୋର୍ଟରେ ଏହା ସ୍ବୀକାର କରିଥିଲେ। କୋର୍ଟ ତାଙ୍କୁ ୨ କୋଟି ୬୭ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶରେ ମଧ୍ୟ ଦଣ୍ଡିତ କରିଛନ୍ତି। ତାଙ୍କ ବୟଫ୍ରେଣ୍ଡ୍ଙ୍କୁ ସାଢ଼େ ୧୨ ବର୍ଷର ଜେଲ୍ ଦଣ୍ଡାଦେଶ କରାଯାଇଛି।