Categories: ଜାତୀୟ

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍‌କାର କରିବେ ବୋଲି ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଚେନ୍ନାଇର ଉପକୂଳ ସହର ମାମଲାପୁରମରେ ଉଭୟଙ୍କ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ଭାରତ-ଚାଇନା ମଧ୍ୟରେ ମିଳିତ ଉନ୍ନତି କରଣ କାର୍ଯ୍ୟ ଉପରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି।

Share