୧୧ ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଥିବା ୧୧ ଆହାର କେନ୍ଦ୍ରକୁ ଇଣ୍ଡରନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍‌ ଷ୍ଟାଣ୍ଡାର୍ଡାଇଜେଶନ (ଆଇଏସ୍‌ଓ) ମାନ୍ୟତା ମିଳିଛି। ଏଗୁଡ଼ିକ ହେଲା କ୍ୟାପିଟାଲ ହସ୍ପିଟାଲ ପରିସର, କଳ୍ପନା ଛକ ମ୍ୟୁଜିୟମ୍‌ ସମ୍ମୁଖ, ମାଷ୍ଟକ୍ୟାଣ୍ଟିନ୍‌ ବସ୍‌ ଡିପୋ, ମଞ୍ଚେଶ୍ୱର ଥାନା ସମ୍ମୁଖ, ପ୍ରେସ୍‌ ଛକ ନିକଟ, ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ସମ୍‌ ହସ୍ପିଟାଲ ନିକଟ ଓ ଏମ୍ସ ହସ୍ପିଟାଲ ନିକଟ ଦୁଇଟି ଆହାରକେନ୍ଦ୍ର। ସମସ୍ତଙ୍କ ପାଇଁ ଖାଦ୍ୟକୁ ନିଶ୍ଚିତ କରାଇ ଲକ୍ଷ୍ୟକୁ ଯଥାର୍ଥ କରିଥିବା ଓଡ଼ିଶା ସରକାରଙ୍କ ଆହାର ଯୋଜନା ଭୁବନେଶ୍ୱର ପାଇଁ ଏହି ଗୌରବ ଆଣିଛି। ଏହି ପ୍ରମାଣପତ୍ରର ସମୟସୀମା ୧୯ ନଭେମ୍ବର ୨୦୧୯ରୁ ୧୮ ନଭେମ୍ବର ୨୦୨୨ ଯାଏ ରହିଛି। ଭୁବଶ୍ୱେରର ଏହି ଆହାରକେନ୍ଦ୍ରଗୁଡିକ ମାଧ୍ୟମରେ ପ୍ରତ୍ୟହ ୯ହଜାର ଲୋକ ଉପକୃତ ହେଉଛନ୍ତି।

Share