୧୧ କେଭି ବିଦ୍ୟୁତତାର ଲାଗି ଜଣକ ଜୀବନଗଲା

ଶେରଗଡ଼,୧।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ବାଲିସାହି ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ୧୧କେଭି ତାର ଲାଗି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେ ହେଲେ ଗୋବିନ୍ଦପୁର ଗ୍ରାମର ବୃନ୍ଦାବନ ସ୍ବାଇଁ (୫୦)। ବୃନ୍ଦାବନ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ କାକପୋଇ ଡାଳ କାଟିବାକୁ ଗଛ ଉପରେ ଚଢ଼ିଥିଲେ। କାଟିବା ସମୟରେ ଡାଳଟି ଯାଇ ୧୧କେଭି ତାର ଉପରେ ପଡ଼ିଥିଲା। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ସେହି ଗଛ ଉପରେ ଲଟକି ରହିଥିଲେ। ଖବର ପାଇ ବିଭାଗୀୟ ଯନ୍ତ୍ରୀ ଡିଲେଶ୍ବର ଆଚାରୀ, ଶେରଗଡ଼ ଥାନା ଏସ୍‌ଆଇ ରଘୁନାଥ ମାଝି ଓ ଏଏସ୍‌ଆଇ ହରିହର ଗନ୍ତାୟତ ପହଞ୍ଚିଥିଲେ। ପରେ ଦମକଳ ବାହିନୀକୁ ଡକାଇ ଗଛରେ ଲାଗିଥିବା ବୃନ୍ଦାବନଙ୍କୁ ତଳକୁ ଓହ୍ଲାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଛନ୍ତି। ଏନେଇ ଶେରଗଡ଼ ଥାନାରେ ୧୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।