୧୧ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକଲା ଆଇଏସ୍‌

କାନୋ,୨୮ା୧୨: ଉତ୍ତର-ପୂର୍ବ ନାଇଜେରିଆରେ ଆଇଏସ୍‌ ଆତଙ୍କବାଦୀମାନେ ୧୧ ଜଣ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିଛନ୍ତି। ଆଖିରେ କଳାପଟି ବନ୍ଧାଯାଇଥିବା ଏହି ଖ୍ରୀଷ୍ଟିଆନ୍‌ମାନଙ୍କୁ ଏକ ଅଜଣା ଜାଗାକୁ ନେଇ ଜେହାଦୀମାନେ ଛୁରାମାଡ଼ ଓ ଗୁଳିମାଡ଼ କରି ହତ୍ୟା କରିଛନ୍ତି। ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ଅନ୍‌ଲାଇନ୍‌ରେ ପୋଷ୍ଟ କରି ବିଶ୍ୱର ଖ୍ରୀଷ୍ଟିଆନ୍‌ଙ୍କ ଲାଗି ଏହା ଏକ ବାର୍ତ୍ତା ବୋଲି ଦର୍ଶାଯାଇଛି। ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦୀ ଓ ତାଙ୍କ ମୁଖପାତ୍ରଙ୍କ ହତ୍ୟାର ଏହା ପ୍ରତିଶୋଧ ବୋଲି ଭିଡିଓରେ ଜଣେ ମୁଖାପିନ୍ଧା ଆତଙ୍କବାଦୀ ଦାବି କରିଛନ୍ତି। ପ୍ରକାଶଥାଉ କି, ଗତ ଅକ୍ଟୋବରରେ ଆମେରିକାର ସ୍ବତନ୍ତ୍ର ସେନା ପକ୍ଷରୁ ବାଗ୍‌ଦାଦୀ ଲୁଚିଥିବା ଉତ୍ତର-ପଶ୍ଚିମ ସିରିଆର ଇଦ୍‌ଲିବ୍‌ ଅଞ୍ଚଳରେ ଚଢ଼ାଉ କରାଯାଇଥିବାବେଳେ ଧରାପଡ଼ିଯିବା ଭୟରେ ସେ ଆତ୍ମହତ୍ୟା କରିଥିଲେ। ଆଇଏସ୍‌ର ଏଭଳି ହତ୍ୟାକାଣ୍ଡକୁ ଆମେରିକା ସମେତ ଅନେକ ରାଷ୍ଟ୍ର ନିନ୍ଦା କରିଛନ୍ତି।

Share