Categories: ଜାତୀୟ

୧୧ ତିବ୍ବତୀୟ ଗିରଫ

ଚେନ୍ନାଇ,୧୨ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ଚେନ୍ନାଇ ବିମାନ ବନ୍ଦର ଓ ସେ ରହିବାକୁ ଥିବା ଷ୍ଟାର ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ ଲାଗି ଉଦ୍ୟମ କରୁଥିବା ୧୧ ଜଣ ତିବ୍ବତୀୟଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିନ୍‌ପିଙ୍ଗ ହୋଟେଲରେ ପହଞ୍ଚତ୍ବା ପୂର୍ବରୁ ତିବ୍ବତୀୟ ପତାକା ଧରିଥିବା ଜଣେ ବ୍ୟକ୍ତିଙ୍କ ସହ ଅନ୍ୟ ୪ ଜଣ ସେଠାରେ ହଠାତ୍‌ ବିକ୍ଷୋଭ କରିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଅନ୍ୟତ୍ର ନେଇଯାଇଥିଲା। ସେହିପରି ବିମାନ ବନ୍ଦରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ଅନ୍ୟ ୬ ଜଣଙ୍କୁ ଏୟାରପୋର୍ଟ ପୋଲିସ୍‌ ଅଟକ ରଖିଥିଲା। ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଚାଇନା ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଚେନ୍ନାଇ ଓ ମାମଲ୍ଲାପୁରମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ସହର ଏକପ୍ରକାର ସେନା ଛାଉଣୀରେ ପରିଣତ ହୋଇଛି।

Share