୧୧ ଦଫା ଦାବି ନେଇ ସିପିଆଇଏମ୍‌ର ବିକ୍ଷୋଭ

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ବିପର୍ଯ୍ୟସ୍ତ ଜନସାଧାରଣଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସିପିଆଇଏମ୍‌ ଦାବି କରିଛି। ଏନେଇ ଗୁରୁବାର ଚୌଦ୍ୱାର ସିପିଆଇ(ଏମ୍‌) ପକ୍ଷରୁ ୧୧ଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୌରନିର୍ବାହୀ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଆୟକର ଦେଉ ନ ଥିବା ପ୍ରତ୍ୟେକ ଲୋକଙ୍କୁ ମାସକୁ ୭ ହଜାର ୫ଶହ ଟଙ୍କା ୩ମାସ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସହାୟତା, ପ୍ରତ୍ୟେକ ପରିବାରକୁ ମାସକୁ ୧୦କେ.ଜି ଚାଉଳ,ଗହମ, ୨ କିଗ୍ରା ଡାଲି ୬ ମାସ ପାଇଁ ମାଗଣାରେ ଦିଆଯିବା ସହିତ ସରକାରଙ୍କ ନୀତି ଓ କାର୍ଯ୍ୟକୁ ଗଣତାନ୍ତ୍ରିକ ପଦ୍ଧତିରେ ସମାଲୋଚନା ଓ ପ୍ରତିବାଦ କରୁଥିବା ରାଜନୈତିକ ଓ ସାମାଜିକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ ଆଦି ଅନ୍ତର୍ଭୁକ୍ତ। ଏନେଇ ସଦସ୍ୟ ପୌରପାଳିକା ପରିସରରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଜୟ ସିଂଙ୍କ ନେତୃତ୍ୱରେ ବହୁ ସଦସ୍ୟ ସାମାଜିକ ଦୂରତା ରକ୍ଷା କରି ଏଥିରେ ସାମିଲ ହୋଇଥିଲେ।

Share