୧୧ ଦିନ ଲକ୍‌ଡାଉନ୍‌ରେ ଘଟିଛି ୯୨,୧୦୫ ଶିଶୁ ନିର୍ଯାତନା ମାମଲା !

ନୂଆଦିଲ୍ଲୀ,୯।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ଶିଶୁ ନିର୍ଯାତନା ମାମଲାରେ ବୃଦ୍ଧି ଘଟିଥିବା ଚାଇଲ୍ଡ୍‌ ଲାଇନ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ର ୧୧ ଦିନ ମଧ୍ୟରେ ଚାଇଲ୍ଡ୍‌ ଲାଇନ୍‌ ଇଣ୍ଡିଆ ପାଖକୁ ୯୨,୧୦୫ ଶିଶୁ ନିର୍ଯାତନା ମାମଲା ସମ୍ପର୍କରେ କଲ୍‌ ଆସିଥିବା ଉପନିର୍ଦ୍ଦେଶକ ହାରଲେନ୍‌ ଓ୍ବାଲିଆ କହିଛନ୍ତି। ଲକ୍‌ଡାଉନ୍‌ର ପ୍ରଥମ ସପ୍ତାହଠାରୁ ଏଭଳି ଘଟଣା ଧୀରେଧୀରେ ବୃଦ୍ଧି ପାଇଛି। ଲକ୍‌ଡାଉନ୍‌ ସମୟରେ ଏଭଳି ନିର୍ଯାତନା ମାମଲା ୫୦ ପ୍ରତିଶତ ବଢ଼ିଥିବା ସେ କହିଛନ୍ତି। ସେହିପରି ଏହି ସମୟରେ ୧,୬୭୭ଟି କଲ୍‌ କରୋନା ସଂକ୍ରମଣ ସମ୍ପର୍କିତ ପ୍ରଶ୍ନ ପାଇଁ ଆସିଥିବାବେଳେ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପକ୍ଷରୁ ୨୩୭ଟି କଲ୍‌ ଆସିଥିବା ଓ୍ବାଲିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ...

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ...

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ)...

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ...

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର...

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ...

ମସଜିଦ ସର୍ଭେ ସମୟରେ ହିଂସା: ପଥରମାଡ଼ରେ ୩ ମୃତ, ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ସେଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ...

ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମନେ ପକାଇ…

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri