Categories: ବାଣିଜ୍ୟ

୧୧ ବର୍ଷରେ ୨.୦୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୧୩-୬: ଦେଶରେ ଗତ ୧୧ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୨.୦୫ ଲକ୍ଷ କୋଟି ଟଙ୍କାର ୫୦ ହଜାରରୁ ଅଧିକ ଠକେଇ ଓ ଜାଲିଆତି ମାମଲା ଦାଏର କରାଯାଇଛି। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ଠକେଇ ମାମଲା ଦାଏର ହୋଇଛି। ଏହାପଛକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ରହିଛି। ସୂଚନା ଅଧିକାର ଆଇନ ଅଧୀନରେ ଆର୍‌ବିଆଇ ପକ୍ଷରୁ ଏହା କୁହାଯାଇଛି। ଆର୍‌ବିଆଇ ପକ୍ଷରୁ ତଥ୍ୟ ପ୍ରଦାନ କରି କୁହାଯାଇଛି ଯେ, ୨୦୦୮-୦୯ରୁ ୨୦୧୮-୧୯ ମଧ୍‌ୟରେ ୨.୦୫ ଲକ୍ଷ କୋଟି ଟଙ୍କାର ୫୩,୩୩୪ ଠକେଇ ମାମଲା ଧରାପଡିଛି। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ୬୮୧୧ ମାମଲା ଦାଏର ହୋଇଛି। ଏହି ବ୍ୟାଙ୍କରେ ୫,୦୩୩.୮୧ କୋଟି ଟଙ୍କାର ଠକେଇ ଧରାପଡିଛି। ଏହି ଅବଧିରେ ଏସ୍‌ବିଆଇ ପକ୍ଷରୁ ୨୩,୭୩୪.୭୪ କୋଟି ଟଙ୍କାର ୬୭୯୩ ଜାଲିଆତି ମାମଲା ଦାଏର କରାଯାଇଥିଲା। ଏହାପଛକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୧୨୦୦.୭୯ କୋଟି ଟଙ୍କାର ୨୪୯୭ ମାମଲା ରହିଛି।

Share