Categories: ଫୁରସତ

୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ ଛାତ୍ର, ଡାକ୍ତର ପାରିଲେନି, ନିଜେ ରସର୍ଚ୍ଚ କରି ହେଲେ ଭଲ

ଆମେରିକାର ଡାଉ ଲିଣ୍ଡ୍‌ସେ ନାମକ ଜଣେ ଛାତ୍ର ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ତାଙ୍କୁ ଭଲ କରିବା ପାଇଁ ସମସ୍ତ ଡାକ୍ତର ଲାଗିଥିଲେ ମଧ୍ୟ ବିଫଳ ହୋଇଥିଲେ। ସେ ଥାଏରଏଡ୍‌ ରୋଗରେ ପୀଡ଼ିତ ବୋଲି ଯଦିଓ ଡାକ୍ତର କହିଥିଲେ ତଥାପି ଆରୋଗ୍ୟ କରିପାରି ନ ଥିଲେ। ଏହା ପରେ ଛାତ୍ରଜଣକ ୨୫୦ ହଜାର ପୃଷ୍ଠା ବିଶିଷ୍ଟ ଏଣ୍ଡୋକ୍ରିନୋଲୋଜି ବହି ପଢ଼ିଥିଲେ। ପରେ ସେ ଜାଣିବାକୁ ପାଇଲେ କି ତାଙ୍କର ଆଡ୍ରିନାଲ ଗ୍ଲାଣ୍ଡ୍‌ସ (ଅଧିବୃକକ୍‌ ଗ୍ରନ୍ଥି)ରେ ଟ୍ୟୁମର ହୋଇଛି। ଏହା ପରେ ଡାଉ ଲିଣ୍ଡ୍‌ସେ ତାଙ୍କର ଜଣେ ବୈଜ୍ଞାନିକ ବନ୍ଧୁଙ୍କ ସହ ସାହାଯ୍ୟ ନେଇ ନିଜର ଅପରେଶନ କରାଇଲେ। ଫଳରେ ସେ ଠିକ୍‌ରେ ଚଲାବୁଲା ମଧ୍ୟ କରିପାରିଲେ।
ସୂଚନା ଯେ, ରକ୍‌ ହାର୍ଟ ୟୁନିଭର୍‌ସିଟିରେ ପଢୁଥିବା ଲିଣ୍ଡ୍‌ସେଙ୍କୁ ୧୯୯୯ ମସିହାରେ ଯେତେବେଳେ ୨୧ ବର୍ଷ ହୋଇଥିଲା ସେ ଡାଇନିଂ ଟେବୁଲରେ ଖାଉଥିବା ସମୟରେ ପଡ଼ିଯାଇଥିଲେ। ତା’ ପରଠାରୁ ସେ ଖାଲି ବାରମ୍ବାର ବେହୋସ ହୋଇପଡୁଥିଲେ। ଡାକ୍ତର ବୁଝିପାରୁ ନ ଥିଲେ କାହିଁକି ଏପରି ହେଉଛି। ଲିଣ୍ଡ୍‌ସେ ଛୋଟ ଥିବାବେଳେ ତାଙ୍କ ମାଆ ଏବଂ ମାଉସୀଙ୍କ ମଧ୍ୟ ଏହି ରୋଗ ହୋଇଥିଲା।

Share