୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। ୟାଙ୍ଗ୍‌ଜୀ ନଦୀରେ ୨.୨ କିଲୋମିଟର ପହଁରିବାକୁ ୫୩ ବର୍ଷ ବୟସ୍କ ଝୁ ବିବୁଙ୍କୁ ୩୦ ମିନିଟ୍‌ ସମୟ ଲାଗିଥାଏ। ତେବେ ଟ୍ରେନ୍‌ରେ ଗଲେ ତାଙ୍କୁ ଏକ ଘଣ୍ଟା ସମୟ ଲାଗେ। ସ୍ଥାନୀୟ ଏକେ ଫୁଡ୍‌ ମାର୍କେଟ୍‌ରେ ସେ ମ୍ୟାନେଜର ଭାବେ କାମ କରନ୍ତି। ସମୟ ବଞ୍ଚାଇବା ସହିତ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପାଇଁ ସେ ଏଭଳି କରୁଥିବା କହିଥାନ୍ତି। ଏବେ ଝୁ ବିବୁଙ୍କ ଏଭଳି କାର୍ଯ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କର ପ୍ରଶଂସକ ପାଲଟି ଯାଇଛନ୍ତି। କେତେକ ତାଙ୍କର କାର୍ଯ୍ୟକୁ ତାରିଫ୍‌ କରିଛନ୍ତି।

Share