କେନ୍ଦୁଝର,୧୯ା୬(ସ୍ବ.ପ୍ର.): ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ୍ ଶୁକ୍ରବାର ସଦର ବ୍ଲକ ଜେଇ ପ୍ରମୋଦ କୁମାର ପଣ୍ଡାଙ୍କୁ ଟଙ୍କା ସହ ଧରିଛନ୍ତି। କାଉଁରିକଳା ପଞ୍ଚାୟତ ଜଣେ ଓ୍ବାର୍ଡମେମ୍ବରଙ୍କଠାରୁ ଏକ କାମର ବିଲ୍ କରାଇ ଦେବା ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିବା ଜଣାପଡ଼ିଛି। ଡିଏସ୍ପି ଦେବଦତ୍ତ ସେଠଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ଇନ୍ସପେକ୍ଟର ହେମାମାଳିନୀ ନାୟକଙ୍କ ସମେତ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ସଂପୃକ୍ତ ଜେଇ ଯୁଧିଷ୍ଠିର ମହାନ୍ତଙ୍କଠାରୁ ଏହି ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିବା ଜଣାପଡ଼ିଛି।