Categories: ଜାତୀୟ

୧୧ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାରା ବିଶ୍ୱରେ ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ରାତି ସୁଦ୍ଧା ୧୧,୧୭୬ରେ ପହଞ୍ଚତ୍ଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୬୭୧ ହୋଇଥିବା ବେଳେ ୯୦, ୬୦୩ ଜଣ ଭଲ ହୋଇ ଘରକୁ ଫେରିଲେଣି। କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୯୬୭ ଥିବାବେଳେ ମୃତକଙ୍କ ସଂଖ୍ୟା ୩୨୪୮ ରହିଛି। ୟୁରୋପରେ ମୃତ୍ୟୁସଂଖ୍ୟା ୫ ହଜାର ଟପିଲାଣି। କେବଳ ଇଟାଲୀରେ ମୃତ୍ୟୁସଂଖ୍ୟା ୪୦୩୨ ହୋଇଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୦୨୧ ରହିଥିବାବେଳେ ସ୍ପେନରେ ୨୦,୪୧୨ ଏବଂ ମୃତକଙ୍କ ସଂଖ୍ୟା ୧୦୪୧ ରହିଛି। ଇରାନରେ ୧୯,୬୪୪ ଆକ୍ରାନ୍ତ ରହିଥିବାବେଳେ ୧୪୩୩ ଜଣଙ୍କ ପ୍ରାଣ ନେଲାଣି କରୋନା। ଜର୍ମାନୀରେ ୧୮, ୩୨୮ ଜଣଙ୍କୁ ଏହି ଭୂତାଣୁ ସଂକ୍ରମିତ ହୋଇଥିବାବେଳେ ୫୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାରେ ୧୬,୦୫୮ ଜଣ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୨୧୯ରେ ପହଞ୍ଚତ୍ଛି। ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୯୫ ଓ ମୃତକଙ୍କ ସଂଖ୍ୟା ୩୭୨ ହୋଇଥିବାବେଳେ ଦକ୍ଷିଣ କୋରିଆରେ ୮,୬୫୨ ଆକ୍ରାନ୍ତ ଓ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ବିଜରଲାଣ୍ଡରେ ୪,୯୦୬ ଆକ୍ରାନ୍ତ ହୋଇଥିବାବେଳେ ପ୍ରାଣ ହରାଇଛନ୍ତିି ୫୭ ଜଣ। ସେହିପରି ବ୍ରିଟେନରେ ୩୨୬୯ ଜଣଙ୍କୁ ଏହି ଭୂତାଣୁ ସଂକ୍ରମଣ ହେବା ସହ ୧୮୪ ଜଣଙ୍କ ଜୀବନ ନେଇଛି।

Share