୧୨ନଂ ୱାର୍ଡବାସୀ ହୀନସ୍ତା

ଫୁଲବାଣୀ ଅଫିସ, ୭ା୮-ଗ୍ରାମାଞ୍ଚଳ ନୁହେଁ ସହରରେ ବି ଲୋକଙ୍କୁ ପାଣି ମିଳୁନି। ୬ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇଛି। ଖାଲି ରଙ୍ଗ ଲଗାଯାଇ ବିଲ୍‌ କରାଯାଉଛି। ହେଲେ ଲୋକେ କିପରି ପାଣି ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ବାଲିଗୁଡା ଏନ୍‌ଏସିର ୧୨ ନଂ. ୱାର୍ଡରେ ଏହି ସମସ୍ୟା ଦେଖିବାକୁ ମିିଳିଛି। ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ଗୋଟିଏ ନଳକୂପ ରହିଛି, ସେଥିରୁ ଗୋଳିଆ ଆଇରନ ମିଶ୍ରିତ ପାଣି ବାହରୁଥିବାରୁ ପିଇବା ଦୂରର କଥା, ରୋଷେଇ ପାଇଁ ମଧ୍ୟ ବ୍ୟବହାର ହୋଇପାରୁନି।
୨୦୧୪ରୁ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସ) ମାନ୍ୟତା ପାଇଛି। ୨୦୧୬ରେ ଏନ୍‌ଏସିର ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଥମ ଅଧ୍ୟକ୍ଷା ଭାବେ ମମତା ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍‌ଏସି ହେବା ପରେ ବାଲିଗୁଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହେବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ବିକାଶ ଦୂରର କଥା ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଟିକେ ମିଳୁନାହିଁ। ୧୨ନଂ. ୱାର୍ଡ଼ର ଗୁଳିମରାପଦାରେ ୪୦୦ ଲୋକ ବସବାସ କରୁଛନ୍ତି। ସେମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ୱାର୍ଡରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ(ଓଭର ହେଡ ଟ୍ୟାଙ୍କ) ୬ ବର୍ଷ ପୂର୍ବେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ହୋଇଛି। ଏ ପର୍ଯ୍ୟନ୍ତ ପାଇପ ଲାଇନ ବିଚ୍ଛା ହୋଇ ଥିବାରୁ ସେଠାକୁ ପାଣି ଯାଉନାହିଁ। ଏକମାତ୍ର ନଳକୂପରୁ ଆଇରନ ମିଶ୍ରିତ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକେ ପିଇବା ପାଣି ପାଇଁ ୧ କିମି ଦୂର ମେଡିକାଲ କଲୋନୀକୁ ଯାଉଛନ୍ତି। ୬ ବର୍ଷ ପୂର୍ବେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପାଣି ଉକ୍ତ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ଏଏନଏସି ଘୋଷଣା ପରେ ତାହାକୁ ଜନ ସ୍ବାସ୍ଥ୍ୟ ବିଭାଗ(ପିଏଚଡି଼)କୁ ହସ୍ତାନ୍ତର କରାଯାଇଥିଲା। ବାଲିଗୁଡା ଉପଖଣ୍ଡ ହୋଇଥିଲେ ମଧ୍ୟ ସେଠାରେ ବିଭାଗ ପକ୍ଷରୁ ଜଣେ କନିଷ୍ଠ ଯନ୍ତ୍ରୀ ନାହାନ୍ତି। ଜି.ଉଦୟଗିରିର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ତେଣୁ ଲୋକେ ଏତେବାଟ ଯାଇ ଯନ୍ତ୍ରୀଙ୍କୁ ଭେଟି ପାରୁ ନ ଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପାଣି ଟାଙ୍କିଟି ଗୁଳିମରାପଦା, ସୁନାପଙ୍ଗା, ପଣସପଡ଼ି ସାହି ପାଇଁ ନିର୍ମାଣ ହୋଇଛି। ହେଲେ ଟାଙ୍କିରୁ ପାଣି ଯୋଗାଇ ଦିଆଯାଉନାହିଁ। ଯେତେ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି। ସାହିର କେତେଜଣ ବୋରିଂ କରିଥିବାରୁ ସେମାନଙ୍କୁ ମାଗିଲେ ଗରାଏ ପାଣି ପିଇବାକୁ ଦେଉଛନ୍ତି ବୋଲି ଗୁଳିମରାପଦାର କସ୍ତୁରୀ ନାୟକ, ବିଦ୍ୟୁତ୍‌ ପ୍ରଭା ଦିଗାଲ, ନର୍ମଦା ମହାରଣା, ଇଚ୍ଛା ସାହୁ, ରାକ୍ଷୀ ପରିଡା, ସୀମନ୍ତି କହଁର ପ୍ରମୁଖ ପ୍ରକାଶ କରଛନ୍ତି।
ଏ ନେଇ ପିଏଚ୍‌ଡ଼ି ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସାମନ୍ତରାୟଙ୍କୁ ପଚାରିବାରୁ କାର୍ଯ୍ୟ ଆରମ୍ଭ ହୋଇ ୬ ମାସ ଭିତରେ ଏହି ୱାର୍ଡ଼କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିସହ ପ୍ରାଥମିକତା ଭିତ୍ତିିରେ ଉକ୍ତ ଓ୍ବାର୍ଡରେ ଏକ ନଳକୂପ ବସାଯିବ ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପାର୍କ: ପୂର୍ବରୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ

ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ...

ଶୌଚ ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ବଡବନ୍ଧ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି...

ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍‌ ଚିଠି

ଦାରିଙ୍ଗବାଡି,୨୫।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଧରିତ୍ରୀ ପ୍ରତିନିଧିଙ୍କ ନାମରେ ଫେକ ଚିଠି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ। ତେବେ ପ୍ରଶାସନିକ ଅଧିକାରୀମାନେ ସେଠାରେ...

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା...

ବସିବାକୁ କେନ୍ଦ୍ର କରି ହଟ୍ଟଗୋଳ: ବିକଶିତ ଗାଁ ବିକଶିତ ଓଡ଼ିଶା ବୈଠକ ବନ୍ଦ

କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା।...

ମୃତ୍ୟୁକୁ ୩ ଦିନ ବିତିଲାଣି,ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ଭଞ୍ଜନଗର ପୋଲିସ

ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ତାତି ବଢ଼ିଯାଇଛି। ପୂର୍ବାହ୍ନ ୧୦ ଟା ହେଲେ ଲୋକେ ଆଉ ଘରୁ ବାହାରିବାକୁ ଭୟ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ୫ ମାସ ୨୦ ଦିନରେ ଚୂଡ଼ାନ୍ତ...

ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଭିନ୍ନ ସଙ୍ଗଠନ

ବଡ଼ଗାଁ,୨୫।୪(ଅଶୋକ ଷଡ଼ଙ୍ଗୀ): କଶ୍ମୀରର ପହଲଗାମ୍‌ରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image