୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ ଓ ଅର୍ଥନୈତିକ ସହାୟତା ଭାବେ ଏହି ଅର୍ଥ ମିଳିବ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଏହି ମହାମାରୀ ସାରା ବିଶ୍ୱରେ ୨ ଲକ୍ଷ ୪୭ ହଜାର ଲୋକଙ୍କ ଜୀବନ ନେଲାଣି। ଆମେରିକାର ଏହି ସହାୟତା ବିଭିନ୍ନ ଦେଶର ସରକାର, କରୋନା ବିରୋଧରେ ଲଢ଼ୁଥିବା ଅନ୍ତର୍ଜାତୀୟ ସଂଗଠନ ଏବଂ ଏନ୍‌ଜିଓଗୁଡ଼ିକୁ ଯୋଗାଇଦିଆଯିବ। ସ୍ବାସ୍ଥ୍ୟସେବା ସହାୟତା ସ୍ବରୂପ ଭାରତକୁ ୫.୯ ନିୟୁତ ଡଲାର ମିଳିଛି। ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନକୁ ୧୮ ନିୟୁତ, ପାକିସ୍ତାନକୁ ୧୫ ନିୟୁତ, ବାଂଲାଦେଶକୁ ୧୨.୩ ନିୟୁତ ଡଲାର ସ୍ବାସ୍ଥ୍ୟ ସହାୟତା ଆମେରିକା ଯୋଗାଇଦେଇଛି।

Share