୧୨୨ ନମୁନାରୁ ୯୦ ନେଗେଟିଭ୍‌

ବାରିପଦା ଅଫିସ, ୮ା୪: କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲାର ୧୨୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୦ଟି ନମୁନା ନେଗେଟିଭ୍‌ ଆସିଥିବା ବେଳେ ବାକିଗୁଡ଼ିକର ରିପୋର୍ଟ ଆସି ନ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜିଲାରେ ୯୫ ଜଣ ବିଦେଶ ଫେରନ୍ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କୁ ବର୍ତ୍ତମାନ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି। ବୁଧବାରଠାରୁ ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ବତନ୍ତ୍ର ଭାବେ ଜ୍ୱର, ଥଣ୍ଡା ଏବଂ କାଶ ପାଇଁ ଓପିଡ଼ି ଖୋଲାଯାଇଛି। ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ସାଧାରଣ ଓପିଡ଼ି ରହିଥିବା ବେଳେ ବର୍ତ୍ତମାନ ଜ୍ୱର ଓ ଥଣ୍ଡା, କାଶ ପାଇଁ ଆଉ ଏକ ଓପିଡ଼ି ଖୋଲାଯାଇଥିବା ସୂଚନା ଦିଆଯାଇଛି। ଜିଲାରେ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କୁ ନୋଡ଼ାଲ ଅଫିସରମାନେ ପ୍ରତିଦିନ ତଦାରଖ କରୁଛନ୍ତି।

Share