୧୨୫ ଫୁଟ ପାଣି ଟାଙ୍କି ଉପରକୁ ଚଢିଗଲା ଷଣ୍ଢ

ରେବାଡି,୧୫।୧୧: ହରିୟାଣାର ରେବାଡିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଷଣ୍ଢ ୧୨୫ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଚଢିଯାଇଛି। ପାଣିଟାଙ୍କି ଉପରେ ଷଣ୍ଢକୁ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ। ପରେ ପ୍ରଶାସନ ଦମକଳ ବାହିନୀ ଏବଂ ଗୋରକ୍ଷା ଯୁବ ଦଳ ସଦସ୍ୟଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଖାପାଖି ୮ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ ଷଣ୍ଢକୁ କ୍ରେନ୍‌ ସହାୟତାରେ ସୁରକ୍ଷିତ ଭାବେ ପାଣିଟାଙ୍କି ଉପରୁ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, ଖେଡାର ମୁରାର ରୋଡରେ ଥିବା ଜନସ୍ବାସ୍ଥ୍ୟ ପାଣିଟାଙ୍କି ରହିଛି। ଏହା ଉପରକୁ ଚଢିବା ପାଇଁ ସିଡି ନିର୍ମାଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଷଣ୍ଢଟି ସିଡି ଚଢି ପାଣିଟାଙ୍କି ଉପରେ ବହଞ୍ଚିଥିଲା। ଆବଶ୍ୟକ ଯାଗା ନ ଥିବାରୁ ଷଣ୍ଢଟି ବୁଲି ନ ପାରି ଫଶିଯାଇଥିଲା।

Share