Categories: ଜାତୀୟ

୧୨୬ କୋଟି ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ କରିବ ସିବିଆଇ

ଲକ୍ଷ୍ନୌ, ୨୫।୧୨: ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ ଏବେ ସିବିଆଇ କରିବ। ଏଥିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା ମଧ୍ୟରେ ଯୋଗାଯୋଗ କରୁଥିବା ୧୬୫ କିମି ଏହି ଏକ୍ସପ୍ରେସ୍‌ଓ୍ବେର ନିର୍ମାଣ କାର୍ଯ୍ୟ ୨୦୦୯ରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ସମୟରେ ଆରମ୍ଭ ହୋଇଥିଲା। ସେହିପରି ୨୦୧୨ରେ ଏହାର ଲୋକାର୍ପଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମୟରେ ହୋଇଥିଲା। ଯମୁନା ଏକ୍ସପ୍ରେସ୍‌ଓ୍ବେ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ଜୁନ୍‌ରେ ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ଏହାର ଯାଞ୍ଚ୍‌ ଦାୟିତ୍ୱ ସିବିଆଇକୁ ଦେବା ପାଇଁ କୁହାଯାଇଥିଲା।

Share