Categories: ଜାତୀୟ

୧୨ ଆସନରେ ଭାଜପା ଆଗରେ ଥିବାରୁ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଇଲେ ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଟିକେ ଖୁସିଥିବା ଦେଖାଯାଇଛି। ସୋମବାର କର୍ନାଟକର ୧୫ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ସେ ସାମାନ୍ୟ ଖୁସି ଅଛନ୍ତି। ସକାଳ ପ୍ରାୟ ୧୧ ଟା ସୁଦ୍ଧା ତାଙ୍କ ଦଳ ଅର୍ଥାତ୍‌ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ଟି ଆସନରେ ଆଗୁଆ ଥିବା ବେଳେ ଏହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ ଏହି ଖୁସିକୁ ଜାହିର କରିବା ପାଇଁ ସେ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଏବେ ୟେଦୁରପ୍ପାଙ୍କୁ ୬ଟି ଆସନରେ ବିଜୟଲାଭ କରିବା ଜରୁରୀ।

Share