ଏସ୍‌ଏଚଜି ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ

କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୨୦୯ ଜଣ ମହିଳା, ପୁରୁଷଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଲକ୍‌ ଡାଉନ ଯୋଗୁ ପ୍ରଭାବିତ ହୋଇଥିବା ନିରାଶ୍ରୟ, ମାନସିକ ବିକାରଗ୍ରସ୍ତ ତଥା ଭିକ୍ଷାବୃତ୍ତି କରି ଜୀବନ ବିତାଉଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ପଞ୍ଚାୟତମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍‌ଅନୁସାରେ ଏହି ବ୍ଲକର କର୍ଲାମୁଣ୍ଡା ପଞ୍ଚାୟତ ପାଇଁ ମାଁ ବୃନ୍ଦାବତୀ ଏସଏଚଜି, ରିହଜା ପାଇଁ ଆଦିଶକ୍ତି ଏସଏଚଜି, ସ.ମାଲପଡା ପଞ୍ଚାୟତରେ ମାଁ ସମଲେଶ୍ୱରୀ, ବୋରପଦର ପଞ୍ଚାୟତରେ ଶିବଶକ୍ତି ଏସଏଚଜି, ରେଗଡା ପଞ୍ଚାୟତରେ ମାଁ ସମଲେଶ୍ୱରୀ ଏସଏଚଜି, ଯୋରାଡବରା ପଞ୍ଚାୟତରେ ଜୟ ମାଁ ଦୁର୍ଗା ଏସଏଚଜି, ସାପଲହରା ପଞ୍ଚାୟତରେ ମାଁ ଭବାନୀ ଏସଏଚଜି, ରିଷିଡାରେ ସତ୍ୟସାଇ ଏସଏଚଜି, ଗଜବାହାଲରେ ଲକ୍ଷ୍ମୀନାରାୟଣୀ ଏସଏଚଜି, ତେରେସିଙ୍ଗାରେ ମାଁ ଲକ୍ଷ୍ମୀନାରାୟଣୀ ଏସଏଚଜି, ଗୌରକେଲାରେ ସରସ୍ବତୀ ଏସଏଚଜି ଓ ରାଜପୁର ପଞ୍ଚାୟତରେ ଅନ୍ନପୂର୍ଣ୍ଣା ଏସଏଚଜି ଜରିଆରେ ୨୦୯ ଜଣ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ସିଡିପିଓ ପାର୍ବତୀ ସାହୁ, ମିଶନଶକ୍ତି ବ୍ଲକ ସଂଯୋଜକ ବିପିନ କୁମାର ବାରିକ ଓ ବ୍ଲକର ସମସ୍ତ ସରପଞ୍ଚମାନେ ନିୟମିତ ଭାବେ ତଦାରଖ କରୁଛନ୍ତି ।