୧୨ କୋଟି ଟଙ୍କାର ଲଟେରୀ ଜିଣିଲେ ଦିନ ମଜୁରିଆ

କନ୍ନୁର,୧୨।୨: କେରଳର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସେ ୧୨ କୋଟି ଟଙ୍କାର ଲଟେରୀ ଜିଣିଛନ୍ତି। ସ୍ଥାନୀୟ କନ୍ନୁରର ଥୋଲାମ୍ବ୍ରାସ୍ଥିତ ପୁରାଲିମାଲା କାଥାଚାଲ୍‌ କୁରିଚୟା କଲୋନୀରେ ବାସକରୁଥିବା ୫୮ ବର୍ଷ ବୟସ୍କ ପେରୁନ୍ନନ୍‌ ରାଜନ ଏହି ଲଟେରୀ ଜିଣିଛନ୍ତି। ଫେବୃୟାରୀ ୧୦ରେ ହୋଇଥିବା କେରଳ ନ୍ୟୁ ଇୟର ଖ୍ରୀଷ୍ଟମାସ ବମ୍ପର ଲଟେରୀ ଟିକଟ କିଣିଥିଲେ। ଏହାର ଫଳାଫଳ ଏବେ ଘୋଷଣା ହୋଇଛି। ଟିକସ କଟିବା ପରେ ତାଙ୍କ ପାଖରେ ପ୍ରାୟ ୭ କୋଟି ୨୦ଲକ୍ଷ ଟଙ୍କା ରହିବ। ଦିନ ମଜୁରିଆ ଭାବେ ଦିନ ବିତାଉଥିବା ପେରୁନ୍ନନ୍‌ ସବୁବେଳେ ଲଟେରୀ ଟିକଟ କିଣିଥାନ୍ତି। କାଳେ କେବେ ତାଙ୍କ ଭାଗ୍ୟ ଚମକିବ ସେହି ଆଶାରେ ସେ ଏଭଳି କରୁଥିବା କହିଛନ୍ତି। ଏନେଇ ସେ କନ୍ନୁର ଜିଲା ବ୍ୟାଙ୍କ ସହିତ ଯୋଗାଯୋଗ କରିଛନ୍ତି। ପେରୁନ୍ନନ୍‌ ଲଟେରୀ ଜିଣିଥିବାରୁ ସ୍ତ୍ରୀ ରଜନୀ, ଦୁଇ ଝିଅ ଅକ୍ଷରା ଏବଂ ଆଥିରା ଓ ପୁଅ ରିଗିଲ୍‌ ବେଶ୍‌ ଖୁସି ଅଛନ୍ତି। ଏଣିକି ତାଙ୍କର ଖାଇବା ପିଇବାରେ ଆଉ ଅସୁବିଧା ହେବନି ବୋଲି ପେରୁନ୍ନନ୍‌ କହିଛନ୍ତି।

Share