Categories: ଜାତୀୟ

୧୨ ଘଣ୍ଟା କାମ କରୁଛନ୍ତି ୯୦ ପ୍ରତିଶତ ପୋଲିସ: ଶାହ

ନୂଆଦିଲ୍ଲୀ,୨୧।୧୦: ପୋଲିସ ସ୍ମୃତି ଦିବସ ଅବସରରେ ଦିଲ୍ଲୀର ପୋଲିସ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ସେଠାରେ ଯୋଗଦେବା ଅବସରରେ ଶାହ କହିଥିଲେ ପୋଲିସର କାମକୁ ଆମେ ସାମାନ୍ୟ ଦୃଷ୍ଟିରେ ଦେଖିଥାଉ। ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଆମେ ଏମାନଙ୍କ କାମକୁ ଦେଖିଥାଉ। ହେଲେ ପ୍ରକୃତ ଘଟଣା ହେଉଛି ପ୍ରାୟ ୯୦ ପ୍ରତିଶତ ପୋଲିସ ୧୨ ଘଣ୍ଟା କାମ କରୁଥିବା ବେଳେ ୨ ତୃତୀୟାଂଶ ପୋଲିସଙ୍କୁ ସାପ୍ତାହିକ ଛୁଟି ମିଳି ନ ଥାଏ। ସୀମା ସୁରକ୍ଷା ହେଉ ଅବା ରାସ୍ତାରେ ଚାଳାଣ କାଟିବା ଅବା ଟ୍ରାଫିକ ନିୟନ୍ତ୍ରଣ କରିବା ସବୁଠି ଏମାନଙ୍କ ସହଯୋଗ ସାଧାରଣ ଜନତାଙ୍କୁ ମିଳୁଛି। ସାମ୍ପ୍ରାଦାୟିକ ଦଙ୍ଗା ହେଉ ଅବା ସୀମା ସୁରକ୍ଷା ପୁଣି ମାଓବାଦୀ ପ୍ରବଣ ଅଞ୍ଚଳରେ ସାଧାରଣ ଜନତାଙ୍କ ସୁରକ୍ଷା କରିବାକୁ ଏମାନେ ଦିନ ରାତି କାମ କରୁଥିବା ଶାହ ପ୍ରକାଶ କରିବା ସହ ପୋଲିସର କାମକୁ ପ୍ରଶଂସା କରିଥିଲେ।

Share