୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୧।୧(ସ୍ବ.ପ୍ର): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲାରେ ଜମି ହରାଇଥିବା ପ୍ରଜାମାନେ ବଜାର ଦର ଆଧାରରେ କ୍ଷତିପୂରଣ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜା ସମିତି ପକ୍ଷରୁ ସକାଳ ୬ଟାରୁ ସହରର ବ୍ରିଜ୍‌ ଛକଠାରେ ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ଫଳରେ ଜାତୀୟ ରାଜପଥରେ ଶହ ଶହ ଗାଡି ଅଟକି ରହିଥିବା ଜଣାପଡିଛି। ସହରର ବଣିକ ସଂଘ ପକ୍ଷରୁ ସମର୍ଥନ ନ ଥିବାବେଳେ ଦୋକାନ ବଜାର ଧିରେ ଧିରେ ଖୋଲା ହେଉଥିବା ଦେଖିବାକୁ ମିଳିଛି। ଏହି ବନ୍ଦ ଡାକରା ଯୋଗୁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି।

Share