୧୨ ଘରୋଇ ଲାବ୍‌ ଚେନ୍‌ରେ ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ,୨୪ା୩(ଆଇଏଏନ୍‌ଏସ୍‌): କରୋନା ପରୀକ୍ଷା ଲାଗି ସରକାର ୧୨ଟି ଘରୋଇ ଲାବ୍‌ ଚେନ୍‌କୁ ଦାୟିତ୍ୱ ଦେଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ ଏହି ସୂଚନା ଦେଇଛନ୍ତି। ଏହି ୧୨ଟି ଲାବ୍‌ ଚେନ୍‌ ଅଧୀନରେ ୧୫,୦୦୦ ନମୁନା ସଂଗ୍ରହ କେନ୍ଦ୍ର ରହିଛି। ଦୁଇଟି କମ୍ପାନୀ ପରୀକ୍ଷା କିଟ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଲାଲ୍‌ ପାଥ୍‌ ଲାବ୍ସ, ଗୁଜରାଟର ୟୁନିପାଥ୍‌ ସ୍ପେଶିଆଲିଟି ଲାବରେଟୋରି, ହରିୟାଣାର ଷ୍ଟ୍ରାଣ୍ଡ ଲାଇଫ୍‌ ସାଇନ୍ସ ଏବଂ ଏସ୍‌ଆର୍‌ଏଲ୍‌ ଲିମିଟେଡକୁ କରୋନା ନମୁନା ପରୀକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି।

Share