୧୨ ଡିଗ୍ରୀ ଉପରେ ସବୁ ସହର: ପୁଣି ବଢ଼ିପାରେ ଶୀତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଚଳିତ ବର୍ଷ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନାହିଁ। ଗତ ସପ୍ତାହରେ ୫/୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଥିଲେ ମଧ୍ୟ ମଙ୍ଗଳବାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ଥିବା ବେଳେ ଫୁଲବାଣୀ ୧୨.୫, ତାଳଚେର ୧୧.୮, ଚାନ୍ଦବାଲି ୧୪.୨, କଟକ ୧୩.୨, ପାରାଦୀପ ୧୬.୪, ଭୁବନେଶ୍ୱର ୧୫, ଗୋପାଳପୁର ୧୭.୯, ପୁରୀ ୧୫, ଅନୁଗୋଳ ୧୧, ବାରିପଦା ୧୩, ଝାରସୁଗୁଡା ୧୩.୪, କେନ୍ଦୁଝର ୧୨.୪, ସମ୍ବଲପୁର ୧୫ ଏବଂ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୁଧବାର ଠାରୁ ପୁଣି ରାଜ୍ୟରେ ତାପମାତ୍ରା ତଳକୁ ଖସିବ ବୋଲି ଅନୁମାନ କରାଯାଉଛି। ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିବାରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ଆସିବା ନେଇ ଅନୁମାନ କରାଯାଉଛି। ଯଦି ବାୟୁ ପ୍ରବାହ ଉତ୍ତର ଦିଗରୁ ହେବ ତେବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Share