୧୨ ଫୁଟର ଅଜଗର ଉଦ୍ଧାର

ଭଦ୍ରକ ଅଫିସ, ୨୬।୫ – ଭଦ୍ରକ ସହର ଉପକଣ୍ଠ ରାନ୍ଦିଆ ପୋଲ ତଳୁ ରବିବାର ସକାଳେ ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ରାନ୍ଦିଆ ଗ୍ରାମର ରାଧାନାଥ ସ୍ବାଇଁ ସକାଳୁ ଫୁଲ ତୋଳିବାକୁ ଯିବା ସମୟରେ ସାପଟି ଜାଲରେ ଫସିଯାଇଥିବା ଓ ସେଠାରେ କୁକୁର ଭୁକୁଥିବା ଦେଖିଥିଲେ। ସେ ଭଦ୍ରକର ସାପଧରାଳି ମିର୍ଜା ଆରିଫ୍‌ଙ୍କୁ ଫୋନ କରି ଖବର ଦେଇଥିଲେ। ମିର୍ଜା ସେଠାରେ ପହଞ୍ଚି ଜାଲରେ ଫସିଯାଇଥିବା ଅଜଗରକୁ କାଢ଼ି ବାହାର କରିଥିଲେ। ପରେ ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।