ଭୋଗରାଇ, ୩୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମନ୍ଦାରୀ ଗ୍ରାମରେ ୧୨ ଫୁଟ୍ ଲମ୍ବର ଏକ ବାହାରା ଚିତେଇ ସାପକୁ ଗ୍ରାମବାସୀ ଶୁକ୍ରବାର ରାତିରେ ଧରିଛନ୍ତି। ଏହି ପ୍ରଜାତିର ସାପକୁ ଗ୍ରାମ ରାସ୍ତାରେ ଲୋକେ ପ୍ରଥମେ ଦେଖିଥିଲେ। ସାପଟି ଏକ ପୋଖରୀ ବୁଦା ମୂଳେ ଲୁଚିଥିବା ଗ୍ରାମବାସୀ ଦେଖି କୌଶଳକ୍ରମେ ତାକୁ ଧରି ଏକ କଂକ୍ରିଟ୍ ନନ୍ଦରେ ରଖି ବନବିଭାଗକୁ ଖବର ଦେଇଥିଲେ। ସାପଟିର ମୋଟେଇ ୬ଇଞ୍ଚ ହୋଇଥିବା ବେଳେ ୨୦କେଜି ଓଜନ ହୋଇଥିବା ଅନୁମାନ କରାଯାଉଛି।