୧୨ ବର୍ଷ ତଳେ ଗୋଟିଏ ରୁମ୍‌ ଥିବା ଘରେ ବାସ କରୁଥିଲେ ନେହା କକ୍କର: ଫଟୋ ଶେୟାର କରି ହେଲେ ଭାବୁକ

ମୁମ୍ବାଇ: ବଲିଉଡ୍‌ର ଗାୟିକା ନେହା କକ୍କର ୧୨ ବର୍ଷ ତଳେ ଥିବା ତାଙ୍କ ଅବସ୍ଥାର ଏକ ଫଟୋ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେତେବେଳେ ସେ ଋଷିକେଶରେ ଗୋଟିଏ ରୁମ୍‌ ଥିବା ଘରେ ବାସ କରୁଥିଲେ। ଏଠାରେ ତାଙ୍କର ଜନ୍ମ ହୋଇଥିଲା। ଏହିଘରେ ନେହାଙ୍କ ମା ଏକ ଟେବୁଲ ରଖି ତା ଉପରେ ରୋଷେଇ କରୁଥିଲେ। ତେବେ ଏବେ ସମୟ ବଦଳି ଯାଇଛି। ନେହାଙ୍କ ପାଖରେ ନିଜର ବଙ୍ଗଳା ରହିଛି। ଏଥିରେ ସେ ପୁରୁଣା ଘର ସହିତ ନୂଆ ବଙ୍ଗଳାର ଫଟୋ ମଧ୍ୟ ଶେୟାର କରିଛନ୍ତି। ନିଜ ସଂଘର୍ଷମୟ ଜୀବନ ନେଇ ନେହା ଭାବୁକ ହୋଇ ସମୟ ସହିତ ବଦଳୁଥିବା ସ୍ଥିତି ସମୟରେ ଲେଖିଛନ୍ତି। ଏହାକୁ ଇତିମଧ୍ୟରେ ୧,୬୫୦, ୫୨୦ ଲାଇକ୍‌ ମିଳିଥିବାବେଳେ ୧୪,୩୮୭ ୟୁଜର ପ୍ରଶଂସା କରି କମେଣ୍ଟ୍‌ ଲେଖିଛନ୍ତି।

Share