Advertisement

୧୨ ବର୍ଷ ପରେ ଏକାଠି ହେବେ ବଣ୍ଟି-ବବ୍‌ଲୀ

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି ହେବେ ବଣ୍ଟି ଏବଂ ବବଲି। ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ସ୍କ୍ରିନ୍‌ ଶେୟାର କରିବେ। ‘ବଣ୍ଟି ଔର ବବଲି ଅଗେନ୍‌’ରେ ଉଭୟ କାମ କରିବେ। ୨୦୦୫ରେ ଏହାର ପ୍ରଥମ ଭାଗ ରିଲିଜ୍‌ ହୋଇଥିଲା। ଫିଲ୍ମର ସଫଳତାକୁ ନେଇ ଏହାର ସିକୁଏଲ୍‌ ନିର୍ମାଣ କରିବାକୁ ନିର୍ଦ୍ଦେଶକ ନିଷ୍ପତ୍ତି ନେଇଛନ୍ତି। ତେବେ ଫିଲ୍ମରେ ଅଭିଷେକ-ରାଣୀଙ୍କ ସହ ଆଉ ଏକ ନୂଆଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଆସନ୍ତା ମାସରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ରାଣୀଙ୍କ କାମକୁ ଯଦି ଦେଖାଯାଏ ତେବେ ସେ ରାଜସ୍ଥାନରେ ମର୍ଦାନୀ-୨ର ଶୁଟିଂ ଶେଷ କରିଛନ୍ତି। ଏହାପରେ ସେ ବମ୍ବେରେ କିଛି ଭାଗର ଶୁଟିଂ କରିବେ। ସେହିଭଳି ଅଭିଷେକ ମଧ୍ୟ ସଞ୍ଜୟ ଲୀଲା ଭଂଶାଲୀଙ୍କ ଚଳଚ୍ଚିତ୍ରରେ କାମ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share