୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏକ ସଫ୍ଟଓ୍ବେୟର କମ୍ପାନୀ ତାଙ୍କୁ ଡାଟା ବୈଜ୍ଞାନିକ ଭାବେ ଚାକିରି ଦେଇଛି। ସିଦ୍ଧାର୍ଥ ଏବେ ଚୈତନ୍ୟ ସ୍କୁଲରେ ୭ମ ଶ୍ରେଣୀରେ ପଢୁଛନ୍ତି। ଗୁଗୁଲ ଡେଭଲୋପର୍‌ ତନ୍ମୟ ବକ୍ସିଙ୍କୁ ପ୍ରେରଣାରେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି ବୋଲି ସିଦ୍ଧାର୍ଥ କହିଛନ୍ତି। ତନ୍ମୟ ମଧ୍ୟ ଖୁବ୍‌ କମ୍‌ ବୟସରେ ଗୁଗୁଲରେ ଏକ ଡେଭଲୋପର୍‌ ଭାବେ ସ୍ଥାନ ମିଳିଥିଲା। ଏହାଛଡା ପିତାଙ୍କ ସହଯୋଗରେ ପିଲାବେଳୁ କମ୍ପ୍ୟୁଟର କୋଡିଂ ଶିଖିଥିଲି। ସେ ମୋତେ ସଫଳ ଲୋକଙ୍କ ଜୀବନୀ ପଢାଇଥିଲେ। ପିତାଙ୍କ ଯୋଗୁ ମୁଁ ବହୁତ କିଛି ଶିଖିଛି ବୋଲି ସିଦ୍ଧାର୍ଥ କହିଛନ୍ତି।

Share