୧୨ ଯୋଡ଼ା ଟ୍ରେନ୍‌ ଚଲାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜୁନ୍‌ ପହିଲାରୁ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ମିଳିଥିବାବେଳେ ପୂର୍ବତଟ ରେଳପଥ ମୋଟ ୧୨ ଯୋଡ଼ା ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିଲାଗି ଟ୍ରେନ୍‌ଗୁଡ଼ିକର ତାଲିକା ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‌, ଭୁବନେଶ୍ୱର-ହାଓଡା ଜନଶତାବ୍ଦୀ ଏକ୍ସପ୍ରେସ୍‌, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏବଂ ପୁରୀ-ସିଆଲ୍‌ଦା ଦୁରନ୍ତୋ ଏକ୍ସପ୍ରେସ୍‌ ରହିଛି। ଏହାସହ ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍‌, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍‌, ହାଓଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍‌, ଧାନବାଦ-ଆଲେପି ଏକ୍ସପ୍ରେସ୍‌, ହାଓଡା-ଯଶୋବନ୍ତପୁର ଦୁରନ୍ତୋ ଏକ୍ସପ୍ରେସ୍‌ ରହିଛି। ସେହିଭଳି ହାଓଡା-ମୁମ୍ବାଇ, ହାଓଡା-ଅହମ୍ମଦାବାଦ ଓ ହାୱଡାରୁ ବଡ଼ବିଲ ଏକ୍ସପ୍ରେସ୍‌ ଚାଲିବା ନେଇ ମଧ୍ୟ ସୂଚନା ଦିଆଯାଇଛି।

Share