୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର ଦେଖି ଜୟଦେନ ଏସ୍ପିନୋସା ନିଜ ପରିବାର ସଦସ୍ୟଙ୍କୁ ପାଟିକରି ଡାକିଥିଲେ। ଫଳରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଚାହଁଚାହୁଁ ପୁରା ଘର ଜଳିଯାଇଥିଲା। ସୂଚନାଯୋଗ୍ୟ, ରବିବାର ଭୋରରୁ ଏଭଳି ଘଟଣା ଘଟିଥିଲା। ଜୟଦେନ ନିଜ ରୁମ୍‌ ଝରକାରୁ ରୋଷେଇ ଘରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ସାହସର ସହ ତୁରନ୍ତ ନିଜ ଜେେଜେ ମାଙ୍କ ପାଖକୁ ଯାଇ ରୋଷେଇ ଘରୁ ଧୂଆଁ ବାହାରୁଥିବାର କହିଥିଲେ। ଫଳରେ ସମସ୍ତେ ସତର୍କ ହୋଇ ଘରୁ ବାହାରକୁ ପଳାଇଆସିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Share