ନୂଆଦିଲ୍ଲୀ,୪।୭: ଦେଶର ବିଭିନ୍ନ ବ୍ୟାଙ୍କରେ ନିଯୁକ୍ତି ପାଇଁ ବ୍ୟାଙ୍କିଙ୍ଗ୍ ପରୀକ୍ଷା ହିନ୍ଦୀ ଏବଂ ଇଂଲିଶ୍ ଭାଷାରେ ହୋଇଥାଏ। ଏଣିକି ଏହି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ କରାଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ସୂଚନା ଦେଇଛନ୍ତି। ଲୋକ ସଭାରେ ଏସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏଥିପାଇଁ ବହୁ ପୂର୍ବରୁ ଦାବି କରିଆସୁଥିଲେ। ଏହାଦ୍ୱାରା ପରୀକ୍ଷାର୍ଥୀଙ୍କୁ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବା ସହଜ ହେବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।