Categories: ଫୁରସତ

୧୩ଟି ମୁଦ୍ରା ବିବାହରେ କନ୍ୟାଙ୍କୁ ଦିଅନ୍ତି ବର..

ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ବ୍ୟବସ୍ଥା। ପୃଥିବୀର ବିିଭିନ୍ନ ସ୍ଥାନରେ ଏହାକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସ୍ପେନ୍‌ରେ ବିବାହ ସମୟରେ ବର କନ୍ୟାଙ୍କୁ ୧୩ଟି ମୁଦ୍ରା ଉପହାର ଦେବାର ପରମ୍ପରା ରହିଛି। ସେଥିମଧ୍ୟରୁ ଗୋଟିଏ ମୁଦ୍ରା ଯୀଶୁଖ୍ରୀଷ୍ଟଙ୍କ ନାମରେ ଏବଂ ୧୨ଟି ମୁଦ୍ରା ଯୀଶୁଙ୍କ ଦ୍ୱାରା ପ୍ରେରିତ ୧୨ ଦେବଦୂତଙ୍କ ନାମରେ ଉପହାର ଦିଆଯାଇଥାଏ। ଏକ ପୋଟଳି ଅବା ଛୋଟ ବାକ୍ସରେ ବର କନ୍ୟାଙ୍କୁ ଦେଇଥାନ୍ତି। ଏହାଦ୍ୱାରା ନବଦମ୍ପତିଙ୍କ ସାଂସାରିକ ଜୀବନରେ ସୌଭାଗ୍ୟ ଆସିଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରିଥାନ୍ତି। ଏହି ପରମ୍ପରା ମେକ୍ସିକୋ, ପୁର୍ଟୋ ରିକୋ, କେନ୍ଦ୍ରୀୟ ତଥା ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ମଧ୍ୟ ବିବାହ ଉତ୍ସବରେ ଏହା ପାଳିତ ହୋଇଥାଏ। ପୁରାତନ ରୋମ୍‌ ସମାଜରେ ମଧ୍ୟ ଏହି ପରମ୍ପରା ପ୍ରଚଳିତ ଥିଲା ଇତିହାସରୁ ଜଣାପଡ଼େ।

Share