୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ସ୍ପେଶାଲ ଟ୍ରେନ: ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତ ଟ୍ରନ ଚଳଚଳକୁ ବନ୍ଦ କରାଯାଇଥିଲା। ତେବେ ଆସନ୍ତା ୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀ ମଧ୍ୟରେ ଚାଲିବ ସ୍ପେଶାଲ ଟ୍ରେନ। ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ ରହିବ। ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଯାତ୍ରା କରିବ। ଉକ୍ତ ଟ୍ରେନ ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ ଓ କାନପୁର ଷ୍ଟେଶନରେ ରହଣି କରିବ। ସେହିପରି ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ରିଜର୍ଭଭେଶନ ବୁକିଂ ଆଇଆରସିଟିସିର ଓ୍ବେବସାଇଟରୁ କରିପାରିବେ। ମେ ୧୧ ତାରିଖ ଅପରାହ୍ନ ୪ଟାରୁ ଏହି ଓ୍ବେବସାଇଟ ଖୋଲା ରହିବ। ଯାତ୍ରା ସମୟରେ ଯାତ୍ରୀମାନେ ସତର୍କତା ଅବଲମ୍ବନ କରିବାକୁ ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି।

Share