ନୂଆଦିଲ୍ଲୀ,୭ା୧(ପି.ଟି.): କେରଳର ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ୧୩ରୁ ଆରମ୍ଭ ହେଉଛି। ସୁପ୍ରିମକୋର୍ଟର ୯ ଜଣିଆ ପୀଠ ଏହି ମାମଲାର ଶୁଣାଣି କରିବେ। ଏନେଇ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ସାବରିମାଲାସ୍ଥିତ ଆୟାପ୍ପା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେବା ଲାଗି ୨୦୧୮ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ତେବେ ଏହାକୁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଲୋକେ ବିରୋଧ କରିବାରୁ ୧୦ରୁ ୫୦ ବର୍ଷ ବୟସର ମହିଳାମାନେ ସେଠାରେ ପ୍ରବେଶ କରିପାରୁନାହାନ୍ତି।