ନୂଆଦିଲ୍ଲୀ,୭ା୬(ପି.ଟି.):ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ଶିଖର ସମ୍ମିଳନୀ ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍ସ୍ତାନ ରାଜଧାନୀ ବିଶ୍କେକ୍ଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ ଖାନ୍ ମଧ୍ୟ ଯୋଗଦେବେ। ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ଯୋଜନା ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାଙ୍କ ଜାଣିବାରେ ଏସ୍ସିଓ ଅବସରରେ ଭାରତ ଓ ପାକ୍ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ବୈଠକ ହେବାର ଯୋଜନା ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅନ୍ୟପକ୍ଷରେ ଏସ୍ସିଓ ସମ୍ମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ରାଷ୍ଟ୍ରପତି ଜି ଜିନ୍ପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।