Categories: ଖେଳ

୧୩୧ ବଲ ବୋଲିଂ କରି ଇଂଲଣ୍ଡକୁ କୌଣସି ରନ୍‌ କରିବାର ସୁଯୋଗ ବି ଦେଇ ନ ଥିଲେ ବାପୁ ନାଦକର୍ଣ୍ଣୀ

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୬ ବର୍ଷ ତଳେ ଜାନୁୟାରୀ ୧୨ରେ ନାଦକର୍ଣ୍ଣୀ ଏକ ବିରଳ ରେକର୍ଡ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୧୩୧ ବଲ ବୋଲିଂ କରି କୌଣସି ରନ୍‌ କରିବାର ସୁଯୋଗ ଦେଇ ନ ଥିଲେ। ୧୯୬୪ରେ ମାଡ୍ରାସ୍‌ର ନେହେରୁ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ଏହି ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡ ଦଳ ରନ୍‌ ପାଇଁ ସଂଗ୍ରାମ ଜାରି ରଖିଥିବା ଦେଖିବାକୁ ମିଳିଥିଲା। ବାମହାତୀ ସ୍ପିନର ନାଦକର୍ଣ୍ଣୀ ୩୨ ଓଭର ବୋଲିଂ କରିଥିଲେ। ସେଥି ମଧ୍ୟରେ ୨୭ ଓଭର ମେଡ଼େନ୍‌ ଥିଲା। ସେଥିମଧ୍ୟରୁ ୨୧ ଓଭର ଲଗାତାର ମେଡ଼େନ୍‌ ରହିଥିଲା। ସେ ଇଂଲଣ୍ଡକୁ ମାତ୍ର ୫ ରନ୍‌ କରିବାର ସୁଯୋଗ ଦେଇଥିଲେ। ତେବେ ସେ କୌଣସି ଓ୍ବିକେଟ ନେଇ ନ ଥିଲେ। ସେ ୪୧ ଟେଷ୍ଟ ମ୍ୟାଚ୍‌ ଖେଳି ୯୧୬୫ ବଲ ବୋଲିଂ କରି ୨୫୫୯ ରନ୍‌ ଦେଇଛନ୍ତି। ଏହା ସହିତ ସେ ୮୮ ଓ୍ବିକେଟ ନେଇଛନ୍ତି। ସେ ମୋଟି ୧୪୧୪ ରନ୍‌ ସଂଗ୍ରହ କରିଛନ୍ତି। ୧୯୬୩-୬୪ସିରିଜ୍‌ରେ କାନପୁରର ନାବାଦ୍‌ଠାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୨୨ ରନ୍‌ ସଂଗ୍ରହ କରି ଭାରତକୁ ବିଜୟୀ କରାଇଥିଲେ। ସୂଚନାଯୋଗ୍ୟ, ବାପୁ ନାଦକର୍ଣ୍ଣୀ ୧୯୩୩ ଏପ୍ରିଲ୍‌ ୪ରେ ନାସିକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ଆସନ୍ତା ଏପ୍ରିଲ୍‌ରେ ସେ ନିଜର ୮୭ ତମ ଜନ୍ମଦିନ ପାଳନ କରିବେ।

Share