ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ମୟଙ୍କ ଏହି କୀର୍ତ୍ତିମାନ କରିଛନ୍ତି। ସେ ବୀରେନ୍ଦ୍ର ସେହଓ୍ବାଗ୍ ପରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିଶତକ ଅର୍ଜନ କରିଛନ୍ତି। କିନ୍ତୁ ଜାଣିଛନ୍ତି କି, ପଡିଆରେ ଜଲଓ୍ବା ଦେଖାଉଥିବା ମୟଙ୍କ ନିଜ ଲଭ୍ ଲାଇଫ୍ରେ ମଧ୍ୟ ସଫଳତା ହାସଲ କରିଛନ୍ତି। ସେ ନିଜ ଗର୍ଲଫ୍ରେଣ୍ଡ ଆସିତା ସୁଦ୍ଙ୍କୁ ୧୩୫ ମିଟର ଉଚ୍ଚ ସ୍ଥାନରେ ପ୍ରପୋଜ କରିଥିଲେ। ଏହାପରେ ଉଭୟ ଜୁନ୍ ୪, ୨୦୧୮ରେ ବିବାହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।