୧୩୫ କିଲୋ ଓଜନର ଆଇଏସ୍‌ ଆତଙ୍କବାଦୀ ଗିରଫ: ଟ୍ରକରେ ବୋହି ଜେଲକୁ ଅଣାଗଲା

ମୋସୁଲ୍‌,୧୯।୧: ଇରାକର ମୋସୁଲ୍‌ଠାରୁ ଆଇଏସ୍‌ ଆତଙ୍କବାଦୀଙ୍କୁ ସ୍ଥାନୀୟ ଗିରଫ କରିଛି। ୧୩୫ କିଲୋ ଓଜନ ଥିବା ଶିଫା ଅଲ୍‌ ନିମା ନାମକ ଏହି ଆତଙ୍କବାଦୀଙ୍କୁ ଗିରଫ କରିବା ପରେ କିଭଳି ଜେଲ୍‌କୁ ନିଆଯିବ ସେ ନେଇ ସ୍ଥାନୀୟ ପୋଲିସ ଚିନ୍ତାରେ ପଡ଼ିଥିଲା। ଶେଷରେ ତାଙ୍କୁ ଏକ ଟ୍ରକରେ ବୋହି ଜେଲ୍‌କୁ ଅରାଯାଇଥିଲା। ଅଧିକ ଓଜନ ଯୋଗୁ ଶିଫା ଚାଲବୁଲ କରିପାରୁ ନାହାଁନ୍ତି। ସେ କେବଳ ଖଟରେ ଶୋଇ ରହୁଛନ୍ତି। ଶିଫା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦ୍ୱାରା ଯୁବବର୍ଗଙ୍କୁ ଆତଙ୍କବାଦି ସଂଗଠନରେ ସାମିଲ୍‌ ହେବାକୁ ଉସୁକାଉଥିବା ଅଭିଯୋଗ ହୋଇଛି।

Share