Categories: ଖେଳ

୧୩୬ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଇଡେନ୍‌ ଗାର୍ଡେନରେ ନେଇଥିଲେ ୭ଟି ଉଇକେଟ୍‌

ସ୍ବାମୀ ବିବେକାନନ୍ଦ ମହାନ ବିଚାରକ, ହିନ୍ଦୁ ଧର୍ମ ଚିନ୍ତକ ଭାବେ ଜଣାଶୁଣା ଥିଲେ। ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସେ ପ୍ରଚାର କରିଥିଲେ। ଆଜି ମଧ୍ୟ ତାଙ୍କ ବିଚାର ସ୍ବତନ୍ତ୍ର ମନ୍ତ୍ର ରୂପେ କାମ କରିଥାଏ। ଧର୍ମ ପ୍ରଚାରକ ବ୍ୟତୀତ କ୍ରିକେଟରେ ମଧ୍ୟ ସେ ରୁଚି ରଖୁଥିଲେ। ଆଜିକୁ ପ୍ରାୟ ୧୩୬ ବର୍ଷ ପୂର୍ବେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ ମୈଦାନରେ ବିବେକାନନ୍ଦ ଏକ ମ୍ୟାଚରେ ୭ ଉଇକେଟ୍‌ ନେଇଥିଲେ। ଟାଉନ କ୍ଲବ ପାଇଁ କ୍ରିକେଟ ଖେଲୁଥିବା ବିବେକାନନ୍ଦ କୋଲକାତା କ୍ରିକେଟ କ୍ଲବ ବିପକ୍ଷରେ ଏହି କୃତିତ୍ୱ ଅର୍ଜନ କରିଥିଲେ। କେବଳ କ୍ରିକେଟ ନୁହେଁ, ଫୁଟବଲ୍‌, ବକ୍ସିଂରେ ମଧ୍ୟ ସେ ରୁଚି ରଖୁଥିଲେ।

Share