Categories: ଜାତୀୟ

୧୩ ଅଭିଯୁକ୍ତଙ୍କୁ ଅର୍ଦ୍ଧଉଲଗ୍ନ କରି ପରେଡ କରାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): ବେହରୋର ଥାନା ଉପରେ ଗତ ୬ ତାରିଖରେ ଗୁଳି ଚଳାଇ ହରିୟାଣାର ଗ୍ୟାଙ୍ଗଷ୍ଟର ବିକ୍ରମ ଓରଫ ପାପଲା ଗୁଜ୍ରାରଙ୍କୁ ଖସାଇନେବା ଅଭିଯୋଗରେ ଗିରଫ ହୋଇଥିବା ୧୩ ଜଣଙ୍କୁ ରାଜସ୍ଥାନ ପୋଲିସ ଅର୍ଦ୍ଧଉଲଗ୍ନ କରି ଅଲଓ୍ବରର ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ୧ କିଲୋମିଟର ଚଲାଇବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହି ପରେଡ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୬ ତାରିଖ ଦିନ କ’ଣ ସବୁ ଘଟିଥିଲା ତାହା ଦେଖାଇବା ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ହ୍ୟାଣ୍ଡକପ୍‌ ସହ ବିଭିନ୍ନ ସ୍ଥାନକୁ ନେଇଥିଲା। ପାପଲାଙ୍କୁ ପୋଲିସ ହାଜତରୁ ଖସାଇନେବାରେ ଅଭିଯୁକ୍ତମାନେ ସମ୍ପୃକ୍ତ ବୋଲି ପୋଲିସ କହିଛି। ୬ ତାରିଖରେ ୧୫ରୁ ୨୦ ଜଣ ତିନୋଟି ଗାଡ଼ିରେ ଆସି ଅଚାନକ ବେହରୋର ଥାନା ଉପରକୁ ପାଖାପାଖି ୪୦ ରାଉଣ୍ଡ ଗୁଳି ଚଳାଇଥିଲେ। ପୋଲିସ ପ୍ରତିରୋଧ କରିବା ପୂର୍ବରୁ ସେମାନେ ଥାନାରେ ପଶି ପାପଲାଙ୍କୁ ନେଇଯାଇଥିଲେ।

Share