୧୩ ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଓଡ଼ିଶାରୁ ବିଭିନ୍ନ ସ୍ଥାନକୁ ୧୩ ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱରରୁ ବାଙ୍ଗାଲୋର ଓ ସୁରଟକୁ ଗତ ୨୦ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ଆସନ୍ତା ୨୪ରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ୩୧ରୁ ଭୁବନେଶ୍ୱର-ବାରାଣସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ାରୁ ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ୱର ବିମାନ ଚଳାଚଳ ଏବଂ ଭୁବନେଶ୍ୱରରୁ ବ୍ୟାଙ୍କକ୍‌, ସିଙ୍ଗାପୁର, ଆବୁଧାବି ବିମାନ ଚଳାଚଳ ନେଇ ଭୁବନେଶ୍ୱର ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ହୋଇଥିବା ସୂଚନା ମିଳିଛି।

Share