ସୁକମା,୨୯।୬: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମାର ଜଗରଗୁଣ୍ଡା ଅଞ୍ଚଳରେ ଥିବା ଏକ ସ୍କୁଲ ମାଓବାଦୀ ଆକ୍ରମଣରେ ନଷ୍ଟ ହୋଇ ଯାଇଥିଲା। ଦୀର୍ଘ ୧୩ ବର୍ଷ ପରେ ପୁଣି ଥରେ ଏହି ସ୍କୁଲକୁ ଖୋଲା ଯାଇଥିବା ସୂଚନା ମିଳିଛି। ୨୦୦୬ରେ ମାଓବାଦୀମାନେ ଏହି ସ୍କୁଲକୁ ନଷ୍ଟ କରି ଦେଇଥିଲେ। ଜିଲା କଲେକ୍ଟର ସି. କୁମାର କହିଛନ୍ତି ପିଲାମାନଙ୍କୁ ମୁଖ୍ୟଧାରରେ ସାମିଲ କରିବାର ଏହା ଏକ ବଡ ପ୍ରୟାସ। ଚଳିତ ବର୍ଷ ଏହି ସ୍କୁଲରେ ୩ଶହ ପିଲାଙ୍କୁ ଭର୍ତ୍ତି କରିବାର ଯୋଜନା ରହିଛି। ସ୍ଥାନୀୟ ବାସିନ୍ଦା କୁହନ୍ତି, ପିଲାଙ୍କୁ ପାଠପଢିବାକୁ ସେ ଦୂର ଗାଁକୁ ପଠାଉଥିବା ବେଳେ ଏବେ ନିକଟରେ ସ୍କୁଲ ହୋଇ ଯାଇଥିବାରୁ ସେମାନେ ପିଲାମାନଙ୍କୁ ସ୍କୁଲ ପଠାଇବାରେ ଆଉ କୌଣସି ଅସୁବିଧା ହେବ ନାହିଁ।