୧୩ ମିଲିମିଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କଲେ ୮ ବନ୍ଧୁ

ସୁରଟ,୧୦।୨: ସୁରଟରେ ୮ଜଣ ବନ୍ଧୁ ମିଳିତ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟ ଅଫ୍‌ ୟୁନିଟ୍‌ର ୧୩ ମିଲିମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାର ଓଜନ ୦.୮ ଗ୍ରାମ୍‌ ରହିଛି। ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରକୃତ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ର ଏକ ଛୋଟ ନମୂନା ନିର୍ମାଣ ପାଇଁ ସେମାନେ ଚିନ୍ତା କରିଥିଲେ। ତେଣୁ ପ୍ରକୃତ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ର ଫଟୋ, ୩-ଡି ଫଟୋ, ଡିଜିଟାଲ ଫଟୋ ଆଦି ପ୍ରସ୍ତୁତ କରାଯିବା ପରେ ୮ ବନ୍ଧୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

Share