Categories: ଫୁରସତ

୧୩ ଫୁଟ ଲମ୍ବ କୁମ୍ଭୀର ବେକରୁ ଟାୟାର କାଢ଼ିଲେ ମିଳିବ ପୁରସ୍କାର

ଜାକର୍ତ୍ତା,୧।୨: ଇଣ୍ଡୋନେସିଆରେ ଏକ ୧୩ ଫୁଟ ଲମ୍ବ କୁମ୍ଭୀର ବେକରେ ଗତ ୪ ବର୍ଷ ଧରି ମଟର ସାଇକେଲ ଟାୟାର ପଶି ରହିଛି। ୨୦୧୬ଠାରୁ କୁମ୍ଭୀର ବେକରେ ଏହି ଟାୟାର ସେହିଭଳି ରହିଛି। ଏହାକୁ କାଢ଼ିବା ପାଇଁ ମଧ୍ୟ ଇଣ୍ଡୋନେସିଆର ସୁଲାବେସି ପ୍ରଦେଶ ପ୍ରଶାସନ ବହୁ ଚେଷ୍ଟା କରି ବି ଅସଫଳ ରହିଛନ୍ତି। ସ୍ଥାନୀୟ ପାଲୁ ନଦୀରେ କୁମ୍ଭୀରଟି ରହୁଥିବା କୁହାଯାଉଛି। ବେକର ମୋଟେଇ ବୃଦ୍ଧି ପାଉଥିବାରୁ ଟାୟାର ଯୋଗୁ ଆଗାମୀ ଦିନରେ କୁମ୍ଭୀରର ମୃତ୍ୟୁ ଘଟିବାର ଆଶଙ୍କା ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାକୁ କାଢ଼ିବା ପାଇଁ ଏବେ ପ୍ରଶାସନ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ତେବେ କେତେ ଟଙ୍କା ପୁରସ୍କାରରେ ମିଳିବ ତାହା ସୂଚନା ଦିଆଯାଇ ନାହିଁ। ୨୦୧୮ରେ ପ୍ରାଣୀ ବିଶେଷଜ୍ଞ ମହମ୍ମଦ ପନଜୀ କୁମ୍ଭୀର ବେକରୁ ଟାୟାର ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଏଥିରେ ସଫଳ ହୋଇ ପାରି ନ ଥିଲେ। ଏହାପରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଉଦ୍ୟମ ମଧ୍ୟ କରାଯାଇଥିଲା।

Share