୧୪ରେ ମୁମ୍ବାଇ ଫେରିବ ଟିମ୍‌ ଇଣ୍ଡିଆ

ଲଣ୍ଡନ,୧୨।୭(ପିଟି)- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଆସନ୍ତା ରବିବାର ସ୍ବଦେଶ ଫେରିବେ। ଦୁଇ ଦିନ ଧରି ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ଦଳ ୧୮ ରନ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିଲା। ଭାରତୀୟ ଦଳର ଖେଳାଳିମାନେ ଅଲଗା ଅଲଗା ହୋଇଯାଇଛନ୍ତି। ସେମାନେ ଶନିବାର ଲଣ୍ଡନଠାରେ ଏକତ୍ରିତ ହେବେ। ୧୪ ତାରିଖରେ ସମସ୍ତେ ଏକାସଙ୍ଗେ ଲଣ୍ଡନରୁ ମୁମ୍ବାଇ ଆସିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ସମାନ ଦିନ ଖେଳାଯିବାର ଅଛି। ପୂର୍ବରୁ ଭାରତୀୟ ଖେଳାଳିମାନେ ଭିନ୍ନ ଭିନ୍ନ ସ୍ଥାନକୁ ଯିବା ନେଇ ଆଲୋଚନା ହେଉଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସଭିଙ୍କ ନଜର ରହିବ। ସେ ମୁମ୍ବାଇରେ ପହଞ୍ଚତ୍ବା ପରେ ନିଜ ଭବିଷ୍ୟତ ଯୋଜନା ସ୍ପଷ୍ଟ କରିପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ମଧ୍ୟ ନେଇପାରନ୍ତି। ୩୮ ବର୍ଷୀୟ କ୍ରିକେଟର ମୁମ୍ବାଇରୁ ରାଞ୍ଚତ୍ ଯିବେ। ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ବିଶ୍ୱକପ୍‌ ଆଭରେଜ ଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୫୦ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇପାରେ ବୋଲି ଆଶା କରାଯାଉଛି। ୨୦୦୭ ବିଶ୍ୱ ଟି୨୦ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ଦଳର ଅଧିନାୟକଙ୍କୁ ଧିମା ବ୍ୟାଟିଂ ଲାଗି ଏବେ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Share