୧୪ରେ ରିଲିଜ ହେବ ‘ଗେମ୍‌ ଓଭର’

ମୁମ୍ବାଇ: ଆଗାମୀ ବହୁଭାଷିକ ଥ୍ରିଲର ‘ଗେମ୍‌ ଓଭର’ ରିଲିଜ ଅପେକ୍ଷାରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। । ଏଥିରେ ସେ ଜଣେ ଭିନ୍ନକ୍ଷମ ଚରିତ୍ରରେ ଅଭିନୟ କରିଛନ୍ତି। ଏକ ହୁଇଲ୍‌ ଚେୟାରରେ ନିଜର ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଅଶ୍ୱିନ ସର୍ବାନନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ହିନ୍ଦୀ ଭର୍ସନରେ ସ୍ବର ଦେଇଛନ୍ତି ତାପସୀ। ‘ଗେମ୍‌ ଓଭର’ର ଯୁଗ୍ମ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଓ୍ବାଇ ନଟ୍‌ ଷ୍ଟୁଡିଓ ଏବଂ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ। ଏହାର ହିନ୍ଦୀ ଭର୍ସନରେ ଅନୁରାଗ କଶ୍ୟପ ଭଏସ୍‌ ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରନ୍‌ ୟୋହନ୍‌। ଏହା ଜୁନ୍‌ ୧୪ରେ ରିଲିଜ ହେବାର ଅଛି। ତାପସୀ ଇତିମଧ୍ୟରେ ମୁମ୍ବାଇରେ ୩ ବେଡରୁମ୍‌ ବିଶିଷ୍ଟ ଏକ ଫ୍ଲାଟ୍‌ କିଣିଛନ୍ତି। ତାଙ୍କ ଭଉଣୀ ନୂଆ ଆପାର୍ଟମେଣ୍ଟର ଅଭ୍ୟନ୍ତର ସାଜସଜ୍ଜା ଦାୟିତ୍ୱ ନେଇଛନ୍ତି। ଏଥିପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଉକ୍ତ ଅଭିନେତ୍ରୀ ଗୃହର ସାଜ ସରଞ୍ଜାମ କିଣିବାରେ ରୁଚି ରଖନ୍ତି। ଥାଇଲାଣ୍ଡର କୋହ ସାମୁଇ ଗସ୍ତ କରିଥିବାବେଳେ ସେଠାରୁ କିଛି ଲାଇଟ୍‌ କିଣିବା ସହିତ ଗତବର୍ଷ ସ୍ପେନ୍‌କୁ ଛୁଟି କଟାଇବାକୁ ଯାଇଥିବାବେଳେ ଘରସଜେଇବା ସାମଗ୍ରୀ କିଣି ସେ ସବୁକୁ ସାଇତି ରଖିଛନ୍ତି।

Share